Breaking

ଘୋଷଣା ହେଲା ମ୍ୟାଟ୍ରିକ ପରୀକ୍ଷା ତାରିଖ

0

ଭୂବନେଶ୍ବର:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃୟାରୀ ୨୨ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ବୋର୍ଡ଼ର ନିଷ୍ପତି ଅନୁଯାୟୀ ପରୀକ୍ଷା ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଗଣିତ ପରୀକ୍ଷା ପାଇ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍ ୨୮୩୦ ସେଣ୍ଟରରେ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଫେବ୍ରୁଆରି ୮ ତାରିଖରୁ ବୋର୍ଡର ୱେବସାଇଟ୍ www.bseodisha.in ରେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଦିନକୁ ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା ହେବ । ପୂର୍ବ ବର୍ଷଗୁଡିକରେ ପୂର୍ବ ଦିନରୁ ପରିକ୍ଷା ସେଣ୍ଟରକୁ ପ୍ରଶ୍ନ ପତ୍ର ଯାଉଥିଲା କିନ୍ତୁ ଏ ବର୍ଷ ପ୍ରଶ୍ନପତ୍ର ଲିକ୍କୁ ଦୃଷ୍ଟିରେ ରଖି ପରୀକ୍ଷା ଦିନ ସକାଳୁ ସକାଳୁ ହିଁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ ବୋଲି ସୂଚନା ରହିଛି ।

loading...

Leave A Reply

Your email address will not be published.